ଅମଳ ଧାନକୁ ନେଇ ଚିନ୍ତାରେ ବରଗଡ଼ ଚାଷୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ ଅମଳ ହୋଇସାରିଛି । ତେବେଏଯାଏଁ ମଣ୍ଡି ଖୋଲିନାହିଁ  । ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ତେଣୁ ଚାଷୀ ଚିନ୍ତାରେ ଅଛନ୍ତି । ଫସଲ ନଷ୍ଟ ହେଉଥିବା ବେଳେ  ଧାନ ଅମଳ ପରେ ସାଇତି ରଖିବାରେ ଅସୁବିଧା ଥିବା ବେଳେ ବାରମ୍ବାର ବର୍ଷା ଭୟ ରହୁଛି । ମଣ୍ଡି ନଖୋଲୁଥିବାରୁ ଚାଷୀଙ୍କ  ଚାଷୀଙ୍କ ଅମଳ ଧାନକୁ ଶାଗମାଛ ଦରରେ କିଣି ନେଉଛନ୍ତି ଦଲାଲ ।
ତେବେ କେବେ ମଣ୍ଡି ଖୋଲାଯିବ ଓ ସେହି ସମୟ ଯାଏଁ ଚାଷୀ ନିଜ ଧାନକୁ ସୁରକ୍ଷିତ ଭାବେ ରଖିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶୀଘ୍ର ମଣ୍ଡି ଖୋଲିବା ଆବଶ୍ୟକ ବୋଲି ସେ କହିଛନ୍ତି । କଣ ପାଇଁ ପ୍ରଶାସନ ପକ୍ଷରୁ ଏଯାଏଁ ମଣ୍ଡି ଖୋଲିନାହିଁ । ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଫଳରେ ଅମଳ ଧାନକୁ କେତେକ ଚାଷୀ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି ତ ଆଉ କିଛି ଧାନ କାଟି ଗଦା କରି ରଖିଛନ୍ତି । ତେଣୁ ରାଜ୍ୟ ସରକାର ଏନେଇ ତୁରନ୍ତ ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏବେ ଦଲାଲମାନେ ଚାଷୀଙ୍କ ଠାରୁ ଶାଗମାଛ ଦରରେ ଧାନ କିଣିନେବାକୁ ପ୍ରୟାସ କରୁଛନ୍ତି । ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ମଧ୍ୟ ବ୍ୟବସାୟୀଙ୍କ କଥାରେ କମ୍ ଦରରେ ହେଉ ପଛେ ଏହା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେନେଇ ମଧ୍ୟ ଚାଷୀ ଚିନ୍ତାରେ ପଡ଼ିଛନ୍ତି।