ପ୍ରେମିକ ଦୁଆରେ ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ

ଭୁବନେଶ୍ବର: ବିବାହ କରିବାକୁ କଥା ଦେଇ ପ୍ରତାରଣା କରିଥିବା ପ୍ରେମିକ ଦୁଆରେ ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ ଧାରଣାରେ ବସିଛନ୍ତି । ଗତ ୧୦ ତାରିଖରୁ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ଯୁବକଙ୍କ ଘର ଆଗରେ ବସିଛନ୍ତି ।  ପ୍ରତାରଣାର ଶିକାର ହୋଇଥିବା ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ ପ୍ରେମିକର ସତ୍ୟବିହାରସ୍ଥିତ ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ୧୦ ତାରିଖରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ପ୍ରତାରିତା ଶିକ୍ଷୟିତ୍ରୀ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି। ଅଭିଯୁକ୍ତ ପ୍ରେମିକର ସହିଦନଗରରେ ଏକ ‌ଔଷଧ ଦୋକାନ ଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀଙ୍କ ଘର କଟକ ଜଗତପୁର ଅଞ୍ଚଳରେ। ସେ ବିବାହିତା ଏବଂ ତାଙ୍କର ଛାଡ଼ପତ୍ର ହୋଇ ସାରିଛି। ଏକମାତ୍ର କନ୍ୟା ସନ୍ତାନକୁ ପାଖରେ ରଖି ସେ ଭୁବନେଶ୍ବରର ଏକ ଘରୋଇ ସ୍କୁଲ୍‌ରେ ଗଣିତ ଶିକ୍ଷକଭାବେ କାମ କରୁଛନ୍ତି। ଏହା ଭିତରେ ଶିକ୍ଷୟିତ୍ରୀଜଣଙ୍କ ଜିମ୍ ଯିବା ଭିତରେ ଅଭିଯୁକ୍ତ ଯୁବକଙ୍କ ସହ ପରିଚିତ ହୋଇଥିଲେ।  ଶିକ୍ଷୟିତ୍ରୀଙ୍କ କହିବା କଥା ଅଗଷ୍ଟ ୯ ତାରିଖ ରାତିରେ ତାଙ୍କୁ ଜ୍ବର ହୋଇଥିଲା। ମେଡିସିନ୍ ଆଣିବା ପାଇଁ ସେ ଯୁବକଙ୍କୁ କହିଥିଲେ। ଦୋକାନ ବନ୍ଦ କରି ଯୁବକଜଣଙ୍କ ମେଡିସିନ୍ ଧରି ରାତି ପ୍ରାୟ ସାଢ଼େ ୧୦ଟାରେ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲେ। ଔଷଧ ସେବନ କରିବାର କିଛି ସମୟ ପରେ ଶିକ୍ଷୟିତ୍ରୀ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ଏହି ମଉକାରେ ଯୁବକ ତାଙ୍କ ସହ ବିବାହ କରିବାର ପ୍ରତିଶ୍ରୁତି ଦେଇ ଜୋର୍‌ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଶିକ୍ଷୟିତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି।