ଅଭିଜିତ ଜାମ୍ବୁରେ ପଠାଣିକୁ ବହୁବାର ପଠାଇଥଲା ଟଙ୍କା
ଭୁବନେଶ୍ୱର : ଓଟିପି ସେୟାରିଂରେ ଆତଙ୍କବାଦ ଲିଂ ଜଣାପଡିବା ପରେ ଗଣମାଧ୍ୟମରେ ମୁହଁ ଖୋଲିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ। ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା ଅଭିଜିତ୍ କହିଛି। ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ବୀକାର କରିଛି। ତେବେ ପାକିସ୍ତାନ ସହ ତାର କିଛି ସଂପର୍କ ନଥିବା କହିଛି । ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ମଧ୍ୟ ମୁହଁ ଖୋଲିନି। ଡାନିସ ଓ ଖୁରାମଙ୍କୁ ସେ ଜାଣିନଥିବା କି ଆଇଏସଆଇ ଏଜେଣ୍ଟଙ୍କ ସହ କଥା ହୋଇନଥିବା କହିଛି। ସତ ଖୋଜିବାକୁ ଆଜି ଜାମ୍ବୁରେକୁ ଜେରା କରିବାକୁ ଭୁବନେଶ୍ବରରେ ପହଞ୍ଚିଛି ଏନଆଇଏ। ରିମାଣ୍ଡର ତୃତୀୟ ଦିନରେ ଅଭିଜିତକୁ ମିଳିତ ଜେରା କରୁଛନ୍ତି ଏସଟିଏଫ୍, ଏଟିଏସ ଓ ଆଇବି। ଅଭିଜିତ ସ୍ଲିପର ସେଲ୍ ଭଳି କାମ କରି ଆସୁଥିଲା। ଟେରର ଫଣ୍ଡିଂ ନେଇ ମଧ୍ୟ ସତ ସନ୍ଧାନରେ ଲାଗିଛି ତଦନ୍ତକାରୀ ଟିମ୍ । ଅଭିଜିତ 5ଟି ନମ୍ବର ଭିତରୁ 3ଟି ନମ୍ବରରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିବାା ପ୍ରମାଣ ମିଳିଛି । କାହିଁକି ଫାଙ୍କୁଛି ତାର ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍ ।