ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍ । ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି । ISI ସହ ସେମାନଙ୍କର ଲିଙ୍କ୍ ଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ୍ । ଧର୍ମାନ୍ତୀକରଣ ସହ କିଛି ଆତଙ୍କୀ ଗତିବିଧିରେ ସେମାନଙ୍କର ସମ୍ପୃକ୍ତି ଥିବା ସୂଚନା ପାଇଥିଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍ । ଗିରଫ ବେଳେ ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ଗୁଳିଗୁଳା, ବନ୍ଧୁକ ମଧ୍ୟ ଜବତ ହୋଇଛି । ସେମାନଙ୍କ ସହ ଅନ୍ୟ ୫ ଜଣଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି ଯାଞ୍ଚ ଏଜେନ୍ସି । ସମସ୍ତ ଅଭିଯୁକ୍ତ ୨୦୧୭ରେ ଏକ ମର୍ଡର କେସର ଅଭିଯୁକ୍ତ ଥିବା ବେଳେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ କଏଦୀ ଥିଲେ । ଏହି ସମୟରେ କେତେଜଣ ଆତଙ୍କବାଦୀଙ୍କ ସହ ସେମାନଙ୍କର ଯୋଗାଯୋଗ ହୋଇଥିଲା । ସେମାନେ ବିସ୍ଫୋରକ ରଖିବା ଓ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଥିଲେ ବୋଲି ପୋଲିସ କହିଛି ।