ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ
ଭୁବନେଶ୍ବର : ମହାନଦୀ ଜଳକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ବିବାଦର ସମାଧାନ କରିବା ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଏବେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ଠାରୁ ଏହି ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ପୁଣି ଥରେ ଛତିଶଗଡ଼ ଗସ୍ତ କରିଛନ୍ତି। ଟିମ୍ ଦୁର୍ଗ ଜିଲ୍ଲାର କୁମ୍ଭାରୀ ଗସ୍ତ କରିଛନ୍ତି। ଏହା ପରେ ବିଲାସପୁର, ରାୟଗଡ଼ ଓ ଜାଞ୍ଜିଗିର-ଚାମ୍ପା ପହଞ୍ଚିବେ। ହରଦୀ ଆନିକଟ ମହାନଦୀ, ଶିବିରୀନାରାୟଣ, ମିନୀମାତା, ଦର୍ରିବୈରାଜ, ଖୁଦରୀ, ବିରୌଲୀ ବସନ୍ତପୁର କଲମା ବ୍ୟାରେଜ, କେଲୋ ପ୍ରକଳ୍ପ ଗସ୍ତ ପରେ ରାୟଗଡ଼ରୁ ଝାରସୁଗୁଡ଼ା ପାଇଁ ବାହାରିବେ।