ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ଆଜି

ଭୁବନେଶ୍ବର :  ମହାନଦୀ ଜଳ ବିବାଦ ଟ୍ରିବୁନାଲ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ସେମାନେ ଆସି ଝାରସୁଗୁଡ଼ାରେ ପହଞ୍ଚିବେ। ଟ୍ରିବୁନାଲର ପ୍ରତିନିଧି ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରି ସାରିଲା ପରେ ୧୯ ତାରିଖରୁ ୨୮ ତାରିଖ ପର୍ଯନ୍ତ ୯ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବାର କାର୍ଯକ୍ରମ ରହିଛି।ଏହି ପ୍ରରିପ୍ରେକ୍ଷୀରେ ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ପୂର୍ବ ନିଷ୍ପତି ଅନୁଯାୟୀ ଆସନ୍ତା ୨୦ ତାରିଖରେ ଝାରସୁଗୁଡ଼ାର କନକତୋରାସ୍ଥିତ କେଲା ନଦୀକୂଳ ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରିଛି।