ଏଲ୍ପିଜି ଗ୍ୟାସ୍ର ଦର ୬୨ ଟଙ୍କା ବୃଦ୍ଧି
ଏଲ୍ପିଜି ଗ୍ୟାସ୍ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍ ଉପରେ ଏଲ୍ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି। ତେବେ ୧୪.୨ କିଲୋର ଘରେଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ ଘରେ ରନ୍ଧା ଯାଉଥିବା ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇଓସିଏଲ୍ ୱେବ୍ସାଇଟ୍ ମୁତାବକ, ଆଜିଠାରୁ ହିଁ ଏହି ବର୍ତ୍ତିତ ଦର ଲାଗୁ ହୋଇଛି। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ହିଁ ଏଲ୍ପିଜି ସିଲିଣ୍ଡର୍ର ଦର ସ୍ଥିର ହୋଇଥାଏ। କମ୍ପାନି ନିଜର ଖର୍ଚ୍ଚ ଓ ମହଙ୍ଗାକୁ ଦୃଷ୍ଟିରେ ରଖି ଏହି ଦର ସ୍ଥିିର କରିଥାନ୍ତି।