ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୬୭ ରାଙ୍କ୍ ହାସଲ କରିଥିବା କସ୍ତୁରୀ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୟୁପିଏସସି  ପରୀକ୍ଷାରେ ୬୭ ରାଙ୍କ୍ ହାସଲ କରିଥିବା କସ୍ତୁରୀ ପଣ୍ଡା  । ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୬୭ ରାଙ୍କ ହାସଲ କରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।  ସେ ଘରେ ରହି ପାଠପଢ଼ା ପ୍ରସ୍ତୁତି କରି ଏହି ସଫଳତା ପାଇଛନ୍ତି । ସେ  ଦ୍ୱିତୀୟ ପ୍ରୟାସ ରେ ଏହି ସଫଳତା ପାଇଛନ୍ତି । ବାପା ମାଆଙ୍କ ଆଶୀର୍ବାଦ ପାଇଁ ଏ ସଫଳତା  ପାଇଥିବା କହିଛନ୍ତି ।  ଭଦ୍ରକରୁ ସ୍କୁଲ ପାଠପଢ଼ା ଶେଷ ପରେ  ଯୁକ୍ତ ଦୁଇ ଡିଏଭି ଚନ୍ଦ୍ରଶେଖରପୁରରୁ ଶେଷ କରିଥିଲେ ।