ଯାଜପୁର :ଓଡ଼ିଶାରେ ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀରର ପତ୍ନୀଙ୍କ ଚାକିରି ଚାଲିଯାଇଛି । ସେ ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ମିଛ କହି ବିବାହ କରିଥିଲା ବୁଖାରୀ । ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେଉଥିବାରୁ ବୁଖାରୀଠରୁ ଅନେକ କିଛି ତଥ୍ୟ ମିଳିବାର ସଂଭାବନା ରହିଛି । ପଞ୍ଜାବ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ଅଛି ଏସଟିଏଫ୍। ଏଯାଏ ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଖୁବ୍ ଶୀଘ୍ର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ କରାଯିବ। ଏଫଆଇୟୁକୁ ଏନେଇ ଚିଠି ଲେଖାଯାଇଚି। ତାର ଓଡ଼ିଶା ସମେତ ବିଭିନ୍ନ ସ୍ତ୍ରୀମାନଙ୍କ ସହ ଖୁବ ଶୀଘ୍ର ଯୋଗାଯୋଗ କରାଯିବ। ସିଡିଆର ବା କଲ ଡିଟେଲ ରେକର୍ଡ ବାହାର କରାଯିବ। ଆଇଏସଆଇ ଲିଙ୍କ ନେଇ ମୋବାଇଲ ଫୋନର ରିଟ୍ରାଇଭ କରାଯାଉଛି। ଖୁବ ଶୀଘ୍ର ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୁଲିସ ଆସି ତାକୁ ରିମାଣ୍ଡରେ ନେବେ। ବୁଖାରି ଗୁଇନ୍ଦା ସଂସ୍ଥା ଓ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜର ପରିଚୟ ଗୋପନ ରଖିଥିଲା। କାହାକୁ ଡାକ୍ତର, ଆଉ କାହାକୁ ପିଏମ୍ଓ ଅଫିସ୍ ଅଧିକାରୀ; କାହାକୁ ଆର୍ମି ଅଫିସର ତ କାହାକୁ ଏନ୍ଆଇଏ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଉଥିଲା। ସୁନ୍ଦର ଚେହେରା ସାଙ୍ଗକୁ ଶାଣିତ ଇଂରାଜି ଓ ହିନ୍ଦୀ ଭାଷା ଯୋଗୁଁ ଭିନ୍ନ ଭିନ୍ନ ରାଜ୍ୟର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା। ୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ବୁଖାରୀକୁ ଗିରଫ ପରେ ଚଣ୍ଡିଖୋଲ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଏସ୍ଟିଏଫ୍ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଗିରଫ କରିବା ପରେ ସାରା ଦେଶରେ ଏହାକୁ ନେଇ ଆଲୋଚନା ହେଉଛି । ତା’ ବିରୋଧରେ ଏସ୍ଟିଏଫ୍ କେସ୍ ନମ୍ବର ୩୧/୨୩ ରେ ୪୧୯/୪୨୦/୪୬୫/୪୬୭/ ୪୬୮/୪୭୧/୧୨୦ (ବି) ଆଇପିସି ଆର୍/ଡବ୍ଲ୍ୟୁ, ଧାରା ୬୬ ସି/୬୬ ଡି ଆଇଟି ଆଇନରେ ଦଫା ଲାଗିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post