ଯାଜପୁର :ଓଡ଼ିଶାରେ ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀରର ପତ୍ନୀଙ୍କ ଚାକିରି ଚାଲିଯାଇଛି । ସେ ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ମିଛ କହି ବିବାହ କରିଥିଲା ବୁଖାରୀ । ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେଉଥିବାରୁ ବୁଖାରୀଠରୁ ଅନେକ କିଛି ତଥ୍ୟ ମିଳିବାର ସଂଭାବନା ରହିଛି । ପଞ୍ଜାବ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ଅଛି ଏସଟିଏଫ୍। ଏଯାଏ ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଖୁବ୍ ଶୀଘ୍ର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ କରାଯିବ। ଏଫଆଇୟୁକୁ ଏନେଇ ଚିଠି ଲେଖାଯାଇଚି। ତାର ଓଡ଼ିଶା ସମେତ ବିଭିନ୍ନ ସ୍ତ୍ରୀମାନଙ୍କ ସହ ଖୁବ ଶୀଘ୍ର ଯୋଗାଯୋଗ କରାଯିବ। ସିଡିଆର ବା କଲ ଡିଟେଲ ରେକର୍ଡ ବାହାର କରାଯିବ। ଆଇଏସଆଇ ଲିଙ୍କ ନେଇ ମୋବାଇଲ ଫୋନର ରିଟ୍ରାଇଭ କରାଯାଉଛି। ଖୁବ ଶୀଘ୍ର ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୁଲିସ ଆସି ତାକୁ ରିମାଣ୍ଡରେ ନେବେ। ବୁଖାରି ଗୁଇନ୍ଦା ସଂସ୍ଥା ଓ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜର ପରିଚୟ ଗୋପନ ରଖିଥିଲା। କାହାକୁ ଡାକ୍ତର, ଆଉ କାହାକୁ ପିଏମ୍ଓ ଅଫିସ୍ ଅଧିକାରୀ; କାହାକୁ ଆର୍ମି ଅଫିସର ତ କାହାକୁ ଏନ୍ଆଇଏ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଉଥିଲା। ସୁନ୍ଦର ଚେହେରା ସାଙ୍ଗକୁ ଶାଣିତ ଇଂରାଜି ଓ ହିନ୍ଦୀ ଭାଷା ଯୋଗୁଁ ଭିନ୍ନ ଭିନ୍ନ ରାଜ୍ୟର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା। ୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ବୁଖାରୀକୁ ଗିରଫ ପରେ ଚଣ୍ଡିଖୋଲ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଏସ୍ଟିଏଫ୍ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଗିରଫ କରିବା ପରେ ସାରା ଦେଶରେ ଏହାକୁ ନେଇ ଆଲୋଚନା ହେଉଛି । ତା’ ବିରୋଧରେ ଏସ୍ଟିଏଫ୍ କେସ୍ ନମ୍ବର ୩୧/୨୩ ରେ ୪୧୯/୪୨୦/୪୬୫/୪୬୭/ ୪୬୮/୪୭୧/୧୨୦ (ବି) ଆଇପିସି ଆର୍/ଡବ୍ଲ୍ୟୁ, ଧାରା ୬୬ ସି/୬୬ ଡି ଆଇଟି ଆଇନରେ ଦଫା ଲାଗିଛି।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
Prev Post
Next Post