ବିଜେପିରେ ଯୋଗଦେଲେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ

ବିଜେପିରେ ଯୋଗଦେଲେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ । ଏହାସହ ତାଙ୍କ ସ୍ୱାମୀ ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସ୍ୱାମୀ ସ୍ତ୍ରୀ ଦୁହେଁ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଦମ୍ପତିଙ୍କ ବ୍ୟତୀତ ଆହୁରି ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବାଲେଶ୍ୱର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ।