ରଜରେ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି

ଝାରସୁଗୁଡ଼ା: ଓଡ଼ିଶାରେ ଚାଲିଛି ରଜପର୍ବ । ତେବେ ରଜରେ ସାରା ଓଡ଼ିଶା ଜଳୁଛି ଗରମ ତାତିରେ । ପୂର୍ବଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି।  ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରୁ ଅଧିକ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ଏହା ୪୪.୮ ଡିଗ୍ରି ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପୂରା ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷା ହେଉଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି। ତେଣୁ ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।