Odisha ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି Last updated May 21, 2023 ପୁରୀ : ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ସହ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ। ଦେବସ୍ନାନ ପୂର୍ଣ୍ଣିମାରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳ ବିଜେ, ପୂଜା, ସ୍ନାନ ପରେ ମଧ୍ୟାହ୍ନ ୧୨ଟା ୪୫ରୁ ହାତୀବେଶ ଆରମ୍ଭ ହେବ। ୧୯ ତାରିଖ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୨୪ ତାରିଖ ହେରା ପଞ୍ଚମୀ, ୨୫ ତାରିଖ ରଥ ଦକ୍ଷିଣି ମୋଡ଼, ୨୭ ତାରିଖ ସନ୍ଧ୍ୟା ଦର୍ଶନ, ୨୮ ତାରିଖ ବାହୁଡ଼ାଯାତ୍ରା, ୨୯ ତାରିଖ ସୁନାବେଶ, ୩୦ ତାରିଖ ଅଧରପଣା ନୀତି ଓ ଜୁଲାଇ ୧ ତାରିଖ ନୀଳାଦ୍ରି ବିଜେ ନୀତିର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। Share