ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନର କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ

କଟକ : ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରି ମାସରେ କରାଯିବ । ତେବେ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କିତ ତଥ୍ୟ ଚାହିଁଛନ୍ତି ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗବନ୍ଧୁଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।