ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି

ଭୁବନେଶ୍ବର:  ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ  ଆୟକର ବିଭାଗର ଚଢ଼ଉ ଜାରି ରହିଛି ।  ଆୟକର ବିଭାଗ ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ନେଇଛି ଆୟକର ବିଭାଗ। ପାଖାପାଖି ୧୦୦ କୋଟି ଟଙ୍କାର ମନି ରିସିପ୍‌ ମଧ୍ୟ ଇନକମ୍ ଟ୍ୟାକ୍ସ ଅଧିକାରୀ ସାଙ୍ଗରେ ନେଇ ଯାଇଛନ୍ତି। ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ଼।  ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ଼ ଚାଲିଥିବା ବେଳେ ଆଜି ସକାଳୁ ଆଉ ଏକ ଟିମ ଆସି ପହଞ୍ଚିଛି। ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ରେଡ଼ କରୁଛି। କୋଟିଏ ଟଙ୍କା ପାଖାପାଖି ଫେକ୍ ନୋଟ୍ ମିଳିଥିବା ଆଇଟି ସୂତ୍ରରୁ ସୂଚନା ମିଳିଛି । ଫେକ୍ ନୋଟ୍ ନେଇ ଛାନଭିନ୍ ଆରମ୍ଭ କରିଛି ଆୟକର ବିଭାଗ । ଏକ୍ସପର୍ଟମାନେ ପହଞ୍ଚି ଫେକ୍ ନୋଟ୍ ଚିହ୍ନଟ କରିଛନ୍ତି । ଟଙ୍କା ଗଣା ମେସିନ ସାହାଯ୍ୟରେ ଫେକ୍ ନୋଟ୍ ଗଣା ଚାଲିଛି ।