ଦାଦା ବଟି ଓ ପୂଜା ଚାନ୍ଦା ଆଦାୟ କରୁଥିଲେ ସାବଧାନ, ଟୋଲ ଫ୍ରି ନମ୍ବର ଜାରି
ଭୁବନେଶ୍ୱର: ପୂଜା ସମୟରେ ଦାଦାବଟିକୁ ନେଇ କମିଶନରେଟ ପୋଲିସ କଡା ଚେତାବନୀ ଦେଇଛି । ଦାଦାବଟି ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ପୋଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଧମକ ଚମକ ଦେଇ ପୂଜା ଚାନ୍ଦା କେହି ମାଗିଲେ ଛାଡିବନି ପୋଲିସ । ଏନେଇ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ ।