ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଥମୁନି ସିଙ୍ଗର ଦମ୍ପତିଙ୍କ ଘର କଳି । ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତି- ପତ୍ନୀଙ୍କ ବିବାଦର ଆପୋଷ ବୁଝାମଣାର ମହଲତ ସମୟ ଶେଷ ହେବା ପରେ ଆଜି ଥାନାରେ ହାଜର ହୋଇପାରନ୍ତି ହ୍ୟୁମାନ । ଆପୋଷ ସମାଧାନ ପାଇଁ ୨ଦିନ ସମୟ ନେଇଥିଲେ ଉଭୟ ପକ୍ଷ । ଗତକାଲି ମଧ୍ୟ ଥାନାରେ ହାଜର ହେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ହ୍ୟୁମାନ ।
ତେବେ ପତ୍ନୀ ଶ୍ରେୟା ବିବାଦର ଆପୋଷ ସମାଧାନ ପାଇଁ ଅଧିକ ସମୟ ନେଇଥିବା ସୂଚନା ମିଳିଛି । ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରେୟା । ମଦ ପିଇ ମାରିବା, ମାନସିକ ଓ ଶାରିରୀକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । କିନ୍ତୁ ଶ୍ରେୟାଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ହ୍ୟୁମାନ । ଉଭୟଙ୍କ ଭିତରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ବିବାଦକୁ ଆହୁରି ବଢ଼ାଇ ଦେଇଛି । ତଥାପି ହ୍ୟୁମାନ ଓ ଶ୍ରେୟା ବିବାଦର ସମାଧାନ ହୋଇଯାଉ ବୋଲି ଚାହୁଁଛନ୍ତି ।