ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠାବ
ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠାବ । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ସହ ସେଠାରୁ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ମାଛକୁଣ୍ଡ ଥାନା ଅଧୀନରେ ଥିବା କୋଡ଼ାପୁଟ ଏବଂ ଗୁମୁଡ଼ାପୁଟ ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିଥିଲା। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଯବାନମାନେ ବୁଧବାର ଅପରାହ୍ଣରେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଏହି ଅପରେସନ ବେଳେ ଜଙ୍ଗଲ ମଧ୍ୟରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଠାବ କରାଯାଇଥିଲା। ମାଟିତଳୁ ୭ କିଲୋଗ୍ରାମ ଓଜନ ବିଶିଷ୍ଟ ୮ଟି ଟିଫିନ ବୋମା, ୩ କେଜି ବିଶିଷ୍ଟ ଟିଫିନ ବୋମା, କୋଡେକ୍ସ ଓ୍ଵେୟାର ୫୦ ମିଟର, ୨ଟି ଡିଟୋନେଟର, ଗୋଟିଏ ପିସ୍ତଲ ଓ ୧୪ଟି ଗୁଳି ଜବତ କରାଯାଇଥିଲା।