Odisha ପାଞ୍ଚ ଘଣ୍ଟା ପରେ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ: ଆଜି ବାତିଲ On May 22, 2023 ଭଦ୍ରକ:ଗତକାଲି ୫ ଘଣ୍ଟା ପରେ ଛାଡିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ରାତି ୧୨ ଟା ପରେ ପହଞ୍ଚିଥିଲା ହାଓ୍ବଡାରେ । ସାଢେ ତିନି ଘଣ୍ଟା ବିଳମ୍ବରେ ଟ୍ରେନ ହାଓ୍ବଡାରେ ପହଞ୍ଚିଥିବାରୁ ଆଜି ଟ୍ରେନ ବାତିଲ ହୋଇଛି । ଗତକାଲି ଭଦ୍ରକ ମଞ୍ଜୁରୀ ରୋଡରେ ଅଟକିଥିବା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଡିଜେଲ ଇଞ୍ଜିନ ଦ୍ବାରା କେନ୍ଦୁଆପଦା ଷ୍ଟେସନ ନିଆଯାଇଥିଲା । ସେଠାରୁ ବିଦ୍ୟୁତ ମାଧ୍ୟମରେ ନିଜସ୍ବ ଇଞ୍ଜିନରେ ହାଓ୍ବଡା ଅଭିମୁଖେ ଯାଉଛି ଟ୍ରେନ୍ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନଥିଲା । କିଛି ଜରୁରୀକାଳୀନ ଡୋର ଓ ଝରକା ଖୋଲିଥିଲା । ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା ଏହି ଟ୍ରେନ । Share