ବଢ଼ୁଛି ତାପମାତ୍ରା : ଅସହ୍ୟ ତାତି

ଭୁବନେଶ୍ୱର: ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ।  ସମ୍ବଲପୁର: ୪୩ ଡ଼ିଗ୍ରୀ, ହୀରାକୁଦ: ୪୧.୮, ଡ଼ିଗ୍ରୀ ଝାରସୁଗୁଡା:୪୦.୪ ଡ଼ିଗ୍ରୀ, ଚାନ୍ଦବାଲି: ୪୦ ଡ଼ିଗ୍ରୀ, ଭୁବନେଶ୍ୱର: ୩୮.୮ ଡ଼ିଗ୍ରୀ, ବାଲେଶ୍ୱର : ୩୫.୮ ଡ଼ିଗ୍ରୀ, କେନ୍ଦୁଝର: ୩୫.୪ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ, ଗୋପାଳପୁର: ୩୩.୨ ଡ଼ିଗ୍ରୀ । ସକାଳୁ ସକାଳୁ ରାଜଧାନୀ ସବୁଠୁ ଉତ୍ତପ୍ତ ଥିଲା । ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବାର ଆଶଙ୍କା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୨ ଡିଗ୍ରୀ ଉପରେ ପାରଦ ରହିବାର ଆକଳନ କରିଛି ପାଣିପାଗ କେନ୍ଦ୍ର । ଖୋର୍ଧା ଜିଲ୍ଲାରେ କିଛି ସ୍ଥାନରେ କାଳବୈଶାଖୀ ଜାରି ରହିଛି ।