ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର

ହକି ବିଶ୍ବକପ୍‌ ପାଇଁ ହକି ଇଣ୍ଡିଆ ପୁରସ୍କାର ଘୋଷଣା କରିଛି । ଚାମ୍ପିଅନ ହେଲେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ ବୋଲି ହକି ଇଣ୍ଡିଆ କହିଛି ।  ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ବକପ୍‌ରେ ଯଦି ଭାରତ ବିଜେତା ହୁଏ ତାହେଲେ ହର୍ମନପ୍ରୀତ୍‌ ସିଂହଙ୍କ ନେତୃତ୍ବାଧୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ଏହାବାଦ୍‌ ଯଦି ଭାରତ ଉପବିଜେତା ହୁଏ, ତାହେଲେ ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। କାଂସ୍ୟ ପଦକ ପାଇଥିଲେ ଏହି ରାଶି ଯଥାକ୍ରମେ ୧୦ ଲକ୍ଷ ଓ ୨ ଲକ୍ଷ ମିଳିବ ବୋଲି କୁହାଯାଇଛି ।