ଖୋଲିଲା ହୀରାକୁଦ୍ ଗେଟ୍

ସମ୍ବଲପୁର: ହୀରାକୁଦ୍ ଡ୍ୟାମ ର ୫ଟି ଗେଟ୍ ଖୋଲାଯାଇଛି । ବାମ ପଟର ୩ଟି ଓ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲିଛି । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ୬୧୪.୮୧ ଫୁଟରେ ପହଂଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ ।