ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ
ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କଲା ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବ ହସ୍ପିଟାଲ । ମୃତକଙ୍କ ମାଆଙ୍କ ଡିଏନଏ ମିଳାଇବା ପାଇଁ ଏମ୍ସକୁ ପଠାଯାଇଛି ମୃତଦେହ । ଆସନ୍ତାକାଲି ଡିଏନଏ ସାମ୍ପଲ କଲେକ୍ସନ କରାଯିବ । ଦିଲ୍ଲୀପଙ୍କ ପରିବାର ପକ୍ଷରୁ ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମଞ୍ଚେଶ୍ବର ଥାନା ବିରୋଧରେ ଦିଆଯାଇଛି ଏତଲା ।ଗତ କାଲି ପୁଅ ସହିତ କଥା ହୋଇ ଫେରିବା ପରେ ଦିଲ୍ଲୀପଙ୍କର କେମିତି ମୃତ୍ୟୁ ହେଲା ବୋଲି କହି କାନ୍ଦି କାନ୍ଦି ହସ୍ପିଟାଲ ଭିତରେ ଗଡି ଯାଉଛି ମାଆ । କିଏ ଢଳ ଢଳ ଆଖିରେ ଚାହିଁ ରହିଛି ତ ଆଉ କିଏ ନିରବ ହୋଇ ବସିଛି ଚୁପଚାପ । ଏଭଳି ଦୃଶ୍ୟ ଆଜି ହସ୍ପିଟାଲ ପରିସରରେ ବେଶ ହୃଦୟ ବିଦାରକ ଥିଲା । ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବା ସହ ମଞ୍ଚେଶ୍ବର ଥାନା ପୋଲିସକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି ପରିବାର ଲୋକେ ।
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ । ମୃତ୍ୟୁ ସଂଖ୍ୟା ଛୁଇଁଲା ୩ । ହସ୍ପିଟାଲରେ ସ୍ପେଶାଲ ଟିମର ତଦନ୍ତ ଆରମ୍ଭ । ରିପୋର୍ଟ ଆସିବା ଯାଏଁ ସଂରକ୍ଷିତ ରହିବ ଶବ । ପୋଲିସ ଓ ହସ୍ପିଟାଲ ବିରୋଧରେ ଏତଲା ଦେଲେ ଦିଲ୍ଲୀପଙ୍କ ପରିବାର । ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଗତକାଲି ରାତିରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ଜଟଣୀ ବଅଁଗ ଅଞ୍ଚଳର ଦିଲ୍ଲୀପ ରାଉତରାୟଙ୍କର ବୋଲି ପରିବାର ଲୋକ ଦାବି କରିଛନ୍ତି ।