ରାଜ୍ୟରେ ପୁଣି ବର୍ଷା ଆସୁଛି । ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୁରୁବାର ରାଜ୍ୟରେ ବର୍ଷା ସମ୍ଭାବନା ବଢିବ । ସେଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି। ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, ସୁନ୍ଦରଗଡ , ଦେଓଗଡ, ଝାରସୁଗୁଡା , ସମ୍ବଲପୁର, ଅନୁଗୁଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ କଟକ ।
ଉତ୍ତର-ବଙ୍ଗୋପସାଗର ତଥା ଏହାର ଆଖପାଖ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ୧୮ ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୨୦ ଯାଏଁ ବର୍ଷା ଜାରୀ ରହିବ ।