ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ୁଛି

ଭୁବନେଶ୍ୱର: ଏଥର ତାତିରେ ଅତିଷ୍ଟ ହେଲେଣି ସାଧାରଣ ଜନତା । ପୂର୍ବରୁ  ପଶ୍ଚିମରେ ତାତି ବଢ଼ୁଛି । କେବେ କେବେ ଉପକୂଳରେ କାଳବୈଶାଖୀ ହେଉଛି କିନ୍ତୁ ତାତି କମୁନି । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ସହିତ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ଫଳରେ ସକାଳୁ ଗରମ ସହିତ ଅପରାହ୍ମରେ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁପାରେ । ଏବେ କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବାବେଳେ ୨୦ ଅଧିକ ସହର ୪୦ ଡିଗ୍ରୀ ଉପରେ ରହୁଛି  ।