ରାତିରେ ବି ଶୁଆଇ ଦେଉନି ତାତି
ଭୁବନେଶ୍ୱର: ରାତିରେ ଘନଘନ ବିଜୁଳି କାଟ ସାଙ୍ଗକୁ ଗରମ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଷ୍ଟ ପାଇବା ଛଡା ଆଉ କିଛି ନାହିଁ । ରାତିରେ ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ପାରଦ ରହୁଥିବାରୁ ଗରମ ହେଉଛି । ଲଗାତାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ଗରମ ଆଉ ଗୁଳୁଗୁଳି ଅନୁଭୂତ ହେଉଛି । ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡରେ ସ୍ବାଭାବିକ ଠାରୁ ୬.୫ ଡିଗ୍ରୀରୁ ଅଧିକ ରହିବ ତାପମାତ୍ରା ।