’ଗଦର-୨’ର ସଫଳତା ପରେ ଫିସ୍ ବଢ଼ାଇଲେ ସନ୍ନି

ବକ୍ସ ଅଫିସରେ ଶହ ଶହ କୋଟି ଟଙ୍କା ରୋଜଗାର କରିବା ପରେ ଏବେ ସନ୍ନି ଦେଓଲଙ୍କର ଚାହିଦା ବଢ଼ିଯାଇଛି ।  ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’  ୫ଶହ କୋଟି କ୍ଲବରେ ସାମିଲ ହେବାପରେ ବଲିଉଡରେ ତାଙ୍କର କ୍ରେଜ ବୃଦ୍ଧି ପାଇଛି ।  ସନ୍ନିଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଆଗାମ ଦିନରେ ସନ୍ନିଙ୍କ ଅନେକ ଫିଲ୍ମର ସିକ୍ବେଲ ୨ ଆସିବା ନେଇ ପ୍ରଯୋଜକମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ସନ୍ନି ଦେଓଲ ଆଗାମି ଫିଲ୍ମ ଗୁଡ଼ିକରେ ନିଜର ଫିସ ବଢ଼ାଇବେ ବୋଲି କୁହାଯାଉଛି । ସଲମାନ, ଶାହାରୁଖ ଗୋଟିଏ  ଫିଲ୍ମ ପାଇଁ ଅଧିକ ପାରିଶ୍ରମିକ ନେଇଉଥିବାବେଳେ ସନ୍ନି ମଧ୍ୟ ଅଧିକ ଟଙ୍କା ନେବେ ବୋଲି କୁହାଯାଉଛି ।