ଭୁବନେଶ୍ୱରରେ ମାଗଣା ଇଲେକ୍ଟ୍ରିକ ମୋ-ବସ୍ ଯାତ୍ରା

ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ବିଏମସି ଓ କ୍ରୁଟ ପକ୍ଷରୁ ମିଳିତ ଭାବେ  ନିଆରା ପଦକ୍ଷେପ ନିଆଯାଇଛି ।  ଦିନକ ପାଇଁ ଭୁବନେଶ୍ଵରରେ ମାଗଣା ମୋ-ବସ୍ ସେବାର ଲାଭ ଉଠାଇବେ ଯାତ୍ରୀ।  କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ସବୁ ଇଲେକ୍ଟ୍ରିକ ମୋ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରରେ ୧୧ଟି ରୁଟରେ ଚଳାଚଳ କରୁଥିବା ୫୦ଟି ଇଲେକ୍ଟ୍ରିକ ମୋ-ବସ୍ ଓ ୫୦ଟି ଇ-ରିକ୍ସାରେ ଏହି ମାଗଣା ଯାତ୍ରାର ସୁବିଧା ମିଳିବ। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଥିଲେ।  ମାଗଣା ଯାତ୍ରା ସୁବିଧା ମିଳୁଥିବା ମୋ-ବସ୍ ରୁଟ ନମ୍ବରଗୁଡ଼ିକ ହେଲା ୯, ୧୧, ୧୨, ୨୩, ୨୫, ୨୬, ୨୭, ୨୮, ୩୨, ୩୪ ଓ ୩୯। ଭୁବନେଶ୍ୱରରେ ଏହି ସବୁ ରୁଟରେ ଇଲେକ୍ଟ୍ରିକ ମୋ-ବସ ଚଳାଚଳ କରୁଛି।