ରାଉରକେଲାରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ

ରାଉରକେଲା :  ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବାରୁ ହସ୍ପିଟାଲ ବେଡ ସଂଖ୍ୟାରେ ବୃଦ୍ଧି କରାଯାଇଛି। ଆଇଜିଏଚ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ସୁଧାରାଣୀ ପ୍ରଧାନ କହିଛନ୍ତି ରାଉରକେଲା ପାନପୋଷ ସହ ବିଭିନ୍ନ ବସ୍ତି ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେମିତି ହଠାତ ଏଭଳି ଝାଡ଼ାବାନ୍ତି ବ୍ୟାପିଲା ତାହାର କାରଣ ଜଣାପଡ଼ି ନାହିଁ। ତେବେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।