ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ

ଭୁବନେଶ୍ବର: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ହକି ବିଶ୍ବକପ ପାଇଁ ଏବେ 55 ମିନିଟରେ ସ୍ମାର୍ଟ ସିଟି ଭୁବନେଶ୍ବରରୁ ସ୍ମାର୍ଟ ସିଟି ରାଉରକେଲାକୁ ଉଡିଛି ବିମାନ। ସକାଳ ୧୦ ଟା ୪୫ ସମୟରେ ଭୁବନେଶ୍ଵର ଛାଡ଼ିଛି ଆଲାଏନ୍ସ ଏୟାର ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିଡିଓ କନଫରେନ୍ସସି ଜରିଆରେ ଶୁଭାରମ୍ଭ କରିଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।  ଭୁବନେଶ୍ୱର ଛାଡ଼ିଲା ପରେ ରାଉରକେଲା ବିମାନ ବନ୍ଦରରେ ୧୧ ଟା ୪୦ରେ ପହଞ୍ଚିବ ବିମାନ। ଏହାପରେ ବିମାନ ୧୨ ଟା ୦୫ରେ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ ୧ରେ ପହଞ୍ଚିବ। ୧୨ ତାରିଖରୁ ଦୈନିକ ଉଡାଣ ଜାରି ରହିବ। ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ ଟା ୫୫ରେ ଛାଡ଼ିବ ରାଉରକେଲାରେ ୩ ଟା ୫୦ରେ ପହଞ୍ଚିବ। ରାଉରକେଲାରୁ ୪ ଟା ୧୫ରେ ବାହାରି ଭୁବନେଶ୍ବରରେ ୫ ଟା ୧୦ରେ ପହଞ୍ଚିବ। ଭୁବନେଶ୍ବରରୁ ରାଉରକେଲା ବିମାନରେ ଟିକେଟ ମୂଲ୍ୟ ରହିଛି ୨୮୦୩ ଟଙ୍କା ରହିଛି। ସେହିଭଳି ରାଉରକେଲାରୁ ଭୁବନେଶ୍ଵର ବିମାନର ଟିକେଟ ମୂଲ୍ୟ ରହିଛି ୨୭୨୧ଟଙ୍କା। ବିମାନର ୭୨ ସିଟର ବ୍ୟବସ୍ଥା ରହିଛି। ସାଧାରଣ ଲୋକ ଏନେଇ ଖୁସି ପ୍ରକାଶ କରିଛନ୍ତି ।