ପରଲୋକରେ ବିଧାୟକ ବିଜୟ ରଞ୍ଜନ ସିଂହ ବରିହା
ପରଲୋକରେ ପଦ୍ମପୁର ବିଧାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । କିଡନୀ ରୋଗ ସହ ବହୁ ରୋଗରେ ପୀଡ଼ିତ ଥିଲେ ବିଜୟ ରଞ୍ଜନ ସିଂହ ବରିହା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ପ୍ରଥମ ଥର ୧୯୯୦ ମସିହାରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବିଜେଡିରୁ ବିଧାୟକ ହୋଇଥିଲେ । ୨୦୧୯ରେ ପୁଣି ଥରେ ବିଜେଡିରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ୨୦୦୯ରେ ବିଜେଡି ସରକାରରେ ମନ୍ତ୍ରୀ ଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ବିଜୟ ରଞ୍ଜନ ସିଂହ ବରିହା । ତାଙ୍କ ବିୟୋଗରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।