ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଶ୍ରୀ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ସୁନାମଧନ୍ୟ ଡାକ୍ତର ତଥା ରାଜନେତାଙ୍କର ବିୟୋଗ ଘଟିଛି । ଜଣାଶୁଣା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଶ୍ରୀ ମହାପାତ୍ର ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ଶ୍ରୀ ମହାପାତ୍ର ଗରିବ ଲୋକଙ୍କ ସେବା କରି ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେଥିପାଇଁ କାହିଁ କେତେ ଦୂରରୁ ତାଙ୍କ ନିକଟକୁ ଅନେକ ରୋଗୀ ଦୌଡ଼ି ଆସୁଥିଲେ । ଏଭଳି ଜଣେ ଜନାଭିମୁଖୀ ଡାକ୍ତରଙ୍କୁ ହରାଇ ଆଜି ଏକ ବଡ଼ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଭାବେ ଶ୍ରୀ ମହାପାତ୍ର ସୁଚାରୁରୂପେ ନିଜର ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ମହାପାତ୍ରଙ୍କୁ ହରାଇ ବହୁ ରାଜନୈତିକ ବ୍ୟକ୍ତି, ପ୍ରଶଂସକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।