ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଲିସ ଉପରେ ଜନତା ଆକ୍ରୋଶ ଦେଖାଯାଇଛନ୍ତି। ନିକଟରେ ଜବତ ହୋଇଥିବା ଗଞ୍ଜେଇକୁ ଏହି ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ଣରେ ଥାନାରେ ନିଆଁ ଲଗାଇଦେଇଛନ୍ତି। ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧୀନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ହୋମଗାର୍ଡଙ୍କ ସହାୟତାରେ ଆଇଆଇସି ବିକ୍ରି କରିଦେଉଛନ୍ତି।ପୁଲିସ ଦ୍ବାରା ବିଭିନ୍ନ ସମୟରେ ଜବତ ହୋଇଥିବା ଗଂଜେଇକୁ ଫିରିଙ୍ଗିଆ ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୁଲିସ କର୍ମଚାରୀ ବିକ୍ରି କରୁଥିଲେ। ଏହାର ପ୍ରତିବାଦରେ ଶନିବାର ଦିନ ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ ରାସ୍ତାରୋକ କରିବା ସହିତ ତୁରନ୍ତ ଥାନା ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ