ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା : ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପ୍ରେମ ସଂପର୍କ ପାଇଁ ଆତ୍ମହତ୍ୟା କୁହାଯାଉଛି । ଏଥିରେ ତ୍ରିକୋଣୀୟ ପ୍ରେମ ହିଁ ଏଭଳି ଘଟଣା ପାଇଁ ଦାୟୀ କୁହାଯାଉଛି ।  ଘଟଣା ସଂପର୍କରେ କୁହାଯାଉଛି ତାଙ୍କ ଆତ୍ମହତ୍ୟା ପଛରେ ଆଜେକ୍ସଙ୍କ ପ୍ରେମିକା ଏବଂ ଜଣେ ବନ୍ଧୁଙ୍କର ହାତ ଥିବା କୁହାଯାଉଛି। ଏହି ଘଟଣାରେ  ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିବା ପରେ ତାହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି ।
ଏଣେ ଆଜେକ୍ସଙ୍କ ଜଣେ ବନ୍ଧୁ ଗଣମାଧ୍ୟମକୁ କହିଛନ୍ତି, ଆଜେକ୍ସ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଉକ୍ତ ଯୁବତୀ ହାଇଟେକ୍ ଡେଣ୍ଟାଲ କଲେଜର ଛାତ୍ରୀ। ତାଙ୍କ ଘର ତମାଣ୍ଡୋରେ। ସେହି ଛାତ୍ରୀ ଓ ତାଙ୍କ ବନ୍ଧୁ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲେ। ଏନେଇ ପୁଲିସର ତଦନ୍ତ ହେଲେ ଅଧିକ କଥା ଜଣାପଡ଼ିବ। ପରିବାର ଲୋକ ଆହୁରି କହିଛନ୍ତି ଯେ ପ୍ରେମ ଘଟଣାକୁ ନେଇ ପୂର୍ବରୁ ମଧ୍ୟ ଗଣ୍ଡଗୋଳ ହୋଇଥିଲା ।