ବାଲେଶ୍ୱର ବାହାନଗାରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍
ବାଲେଶ୍ୱର: ସୋର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ସହ ଆଉ ଏକ ଏକ୍ସପ୍ରେସ ଟ୍ରେନ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିିଥିବା କୁହାଯାଉଛି ।ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିଲା ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ୍। ଦୁଇଟି ଟ୍ରେନ ପରସ୍ପରକୁ ଦୁଇଟି ପାଖାପାଖି ଟ୍ରାକରେ ପାର ହୋଇଥିବା ସମୟରେ ହଠାତ୍ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ବଗି ଦୁଇଟି ପାଖ ପାଖ ଟ୍ରାକରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ସହିତ ଜୋରରେ ମାଡ଼ ହୋଇଥିଲା। ତା’ପରେ କରମଣ୍ଡଳ ଏକ୍ସପ୍ରେସର ୮ଟି ବଗି ଦୁର୍ଘଟଣାର ଶିକାର ହୋଇ ଲାଇନଚ୍ୟୁତ ହୋଇ ରେଳଲାଇନ୍ ବାହାରକୁ ମାଡ଼ିଯାଇ ଖସିପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣା ସଂଧ୍ୟା ପ୍ରାୟ ୭. ୨୦ ମିନିଟରେ ଘଟିଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ସଂଧ୍ୟା ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଦ୍ରୁତ ଗତିରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଓଲଟି ପଡିଛି।ଏକ୍ସପ୍ରେସର ୩ ଏସି, ୫ ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିବାରୁ ମୃତାହାତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
Distressed by the train accident in Odisha. In this hour of grief, my thoughts are with the bereaved families. May the injured recover soon. Spoke to Railway Minister @AshwiniVaishnaw and took stock of the situation. Rescue ops are underway at the site of the mishap and all…
— Narendra Modi (@narendramodi) June 2, 2023
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି ।
Odisha train accident | I have just reviewed the situation about this truly tragic railway accident. I will be visiting the spot tomorrow morning: Odisha CM Naveen Patnaik pic.twitter.com/ig5fHOXsKH
— ANI (@ANI) June 2, 2023
ଟ୍ରେନ୍ ଦୁର୍ଘଟଣା ସମ୍ବନ୍ଧୀତ ସୂଚନା ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ପ୍ରେସ୍ ବିବୃତି: pic.twitter.com/BmzieIpnBp
— I & PR Department, Odisha (@IPR_Odisha) June 2, 2023
https://twitter.com/AshwiniVaishnaw/status/1664673038778892288?s=20
Rushing to the site in Odisha. My prayers for the speedy recovery of the injured and condolences to the bereaved families.
Rescue teams mobilised from Bhubaneswar and Kolkata. NDRF, State govt. teams and Airforce also mobilised.
Will take all hands required for the rescue ops.— Ashwini Vaishnaw (@AshwiniVaishnaw) June 2, 2023
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ବାହାନଗା ପାଣପଣା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଆହତଙ୍କୁ ଚିକିତ୍ସା ସହ ଅନ୍ୟାନ୍ୟ ସାହାଯ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି । । ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶରେ ଘଟଣାସ୍ତଳକୁ ଗଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସିଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ୨ ଅଫିସରଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଲରେ ୩ ଏନଡିଆରଏଫ, ୪ ଓଡ୍ରାଫ ଓ ଦମକଳ ୟୁନିଟ ମୁତୟନ ଅଛନ୍ତି । ୫୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ । ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା । ଘଟଣାସ୍ଥଳକୁ ଯାଉଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଏବଂ ରେସକ୍ୟୁ ଟିମ୍ ଲାଗିଥିବା କହିଛନ୍ତି ଜିଲ୍ଲାପାଳ । ଘଟଣା ସ୍ଥଳରେ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହତ ଏବଂ ମୃତାହତଙ୍କ ସମ୍ବନ୍ଧରେ ସୂଚନା ପାଇଁ ପାଇଁ ଏସଆରସିଙ୍କ ପକ୍ଷରୁ ଏମରଜେନ୍ସି ନମ୍ବର ୦୬୭୮୨୨୬୨୨୮୬ ଜାରି କରାଯାଇଛି । ହାୱଡା ପାଇଁ ହେଲ୍ପ ଲାଇନ ନଂ-୦୩୩-୨୬୩୮୨୨୧୭, ଖଡ଼ଗପୁର-୮୯୭୨୦୭୩୯୨୫/୯୩୩୨୩୯୨୩୩୯, ବାଲେଶ୍ୱର-୮୨୪୯୫୯୧୫୫୯/୭୯୭୮୪୧୮୩୨୨, ଶାଲିମାର ପାଇଁ ହେଲ୍ପଲାଇନ୍ ନଂ-୯୯୦୩୩୭୦୭୪୬ ଜାରି କରାଯାଇଛି । ଚିକିତ୍ସା ପାଇଁ ୧୪୨ରୁ ଅଧିକ ଯାତ୍ରୀଙ୍କୁ ବାଲେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଅନେକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି। କିଛି ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ରହିଥିବା କୁହାଯାଉଛି ।
Coromandel Express derails near Bahanaga station in Odisha's Balasore after collision with a goods train
Rescue operations continue @RailMinIndia #TrainAccident pic.twitter.com/4kP2F2gDKD
— Asianet Newsable (@AsianetNewsEN) June 2, 2023
Odisha | An Express Train met with an accident near Bahanaga railway station in Balasore district. Teams have left for the spot for search and rescue operation. Collector, Balasore has also been directed to reach the spot to make all necessary arrangements and intimate the SRC if… pic.twitter.com/N4AGWQVKkX
— ANI (@ANI) June 2, 2023