ବିଧାନସଭାରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁର ବିଲ୍

ଭୁବନେଶ୍ବର: ବିଧାନସଭାରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁର ବିଲ୍ । ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁର ବିଲ୍ । ପ୍ରଥମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଶକ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସରକାରୀ ଉଦ୍ଯୋଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଶାସକ ଓ ବିରୋଧୀ ଉଠାଇବେ । ଏହାପରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହେବ । ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ କରାଯିବ ।