ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ । ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ରାଜନୈତିକରୁ ସାମାଜିକ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର ରହିଛି ଯୋଗଦାନ। ବର୍ଷ ତମାମ ସେମାନଙ୍କ କାର୍ଯ୍ୟ ଖସଡ଼ାର କାର୍ଯ୍ୟକାରିତା ଉପରେ ଆଜି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ। ଏଥିସହ ଯୁବ ବିଜେଡିକୁ ଆହୁରି ଆଗକୁ ନେବା ପାଇଁ କିଛି କାର୍ଯ୍ୟ ଖସଡ଼ାର ପ୍ରସ୍ତାବ ବି ରଖିବେ ଦଳୀୟ ନେତା । ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।