ବିନା ସୁଧରେ ଇଲେକ୍ଟ୍ରିକ୍ ଗାଡ଼ି କିଣିପାରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଚାହୁଁଛନ୍ତି କି? ତେବେ ଡେରି କାହିଁକି ଏବେ ଯାଇ ଦେଖିଆସନ୍ତୁ । କେଉଁ କଂପାନି ଗାଡି କିଣିବେ । ଏବେ  ସରକାରୀ କର୍ମଚାରୀଙ୍କୁ ଏଥିପାଇଁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରିପାରିବେ ସରକାରୀ କର୍ମଚାରୀ । ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ କର୍ମଚାରୀ, ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମର ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ । ତେବେ ଏହା ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ ।