ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ବିଳାସମୟ କୋଠାକୁ ଚାର୍ଜ ସିଟ୍ ରେ ଆଟାଚ୍ କରିଛି ଇଡି

ଭୁବନେଶ୍ବର: କଥାରେ ଅଛି ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ । ଏହି କଥା ଏବେ ବ୍ଲାକମେଲର  ଅର୍ଚ୍ଚନା ନାଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବ୍ଲାକ ମେଲ କରି ରୋଜଗାର କରିଥିବା କୋଟି କୋଟି ଟଙ୍କାର ସଂପତ୍ତି କୁ ଏବେ ଇଡି ଚାର୍ଜସିଟରେ ଆଟାଚ କରିଛି ।  ଇଡି ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ  ମୋଟ ୨ ହଜାର ୩୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ, ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଥିବା ଅନେକ ସଂପତ୍ତିକୁ ଏହି  ଚାର୍ଜସିଟ୍ ଦିଆଯାଇଛି । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ସେଥିରେ ରହିଛି ।ଅର୍ଚ୍ଚନା ମାମଲାରେ ଇଡିର ଏହା ପ୍ରାଥମିକ ଚାର୍ଜସିଟ୍ । ଏହା ପରେ ଚାର୍ଜସିଟ ରେ ଅନ୍ୟ ନାମ ମଧ୍ୟ ଜୋଡିପାରେ । ଯେହେତୁ ଏହି ମାମଲାର  ତଦନ୍ତ ଜାରି ରହିଛି । ଆଗାମୀ ଦିନରେ ଇଡି ଜାଲରେ ବଡ଼ ମାଛ ପଡିବାର ସଂଭାବନା ରହିଛି । ନେତା ଓ ବ୍ୟବସାୟୀ ଆଗାମୀ ଦିନରେ ପୁଣି ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି । ଯେହେତୁ  ଆସନ୍ତା ୩ ମାସ ଭିତରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯିବ । ତାହାକୁ ନେଇ ଚର୍ଚା ମଧ୍ୟ ହେଉଛି ।  ସେପଟେ ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ବିଳାସମୟ  କୋଠାକୁ ଆଟାଚ୍ କରିଛି ଇଡି ।