ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

ଭୁବନେଶ୍ବର: ଭୁବନେଶ୍ୱରରେ ହ୍ୱାଇଟ ସ୍ପାଇଡର ଅପରେସନକୁ ବ୍ୟାପକ କରିଛି କମିଶନରେଟ ପୁଲିସ । ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ୍ ।ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ ।ରାଜଧାନୀରେ ନିଶା କାରବାର କରୁଥିବା ଲୋକଙ୍କୁ ଏବେ  ଲାଗିଛି ତଡିପାର ଦଣ୍ଡ । ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର ବୋଲି ପୋଲିସ କହିଛି । ନିଶା ବିକୁଥିବା ଚକ୍ରଧର ସାହୁ, ଆଉ ୬ ମାସ ଯାଏଁ ଏବେ ରାଜଧାନୀରେ ଦେଖିବାକୁ ମିଳିବନି । ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା । ଏବେ ପ୍ରଥମ ଥର ନିଶା ବେପାରୀଙ୍କୁ ତଡିପାର ପ୍ରକ୍ରିୟା ଆରମ୍ଭ ହୋଇଛି । ଚକ୍ରଧର ଚନ୍ଦ୍ରଶେଖରପୁର ଥାନାର ଭୋଇସାହିରେ ରହୁଥିଲା । ସେ ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ନିଶା କାରବାର କରୁଥିଲା । ନିଶା କାରବାର ବିରୋଧରେ କମିଶନରେଟ୍ ପୋଲିସର ଜିରୋ ଟଲରାନ୍ସ ନୀତି ଆପଣାଇଛି । ନିଶା ବିକ୍ରି କଲେ ୬ ମାସ ପାଇଁ ତଡ଼ିପାର ହେବେ ।