ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ଶଶିଭୂଷଣ ବେହେରା

ଭୁବନେଶ୍ବର: ଘର କଥା ବାହାରେ ଚର୍ଚା ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ତାଙ୍କ ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।  ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛନ୍ତି ଶଶୀଭୂଷଣ । ଶଶିଭୂଷଣ କହିଛନ୍ତି, ‘ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ । ୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ। ବୋହୂ ମୋଟ୍ ୧ ମାସ ୧୧ ଦିନ ଘରେ ରହିଥିଲା। ତେବେ ୨ ବର୍ଷ ପରେ ଏଭଳି ଅଭିଯୋଗ ଆସିବା ଦୁଃଖ ଦେଇଛି।’ ସେପଟେ  ବୋହୂ ରୋନାଲିଙ୍କ ଅଭିଯୋଗ ପରେ  ଶଶିଭୂଷଣଙ୍କ ପରିବାର ସଦସ୍ୟ ବାଙ୍କି ଥାନାକୁ ଆସି ରୋନାଲିଙ୍କ ପରିବାର ସହ ଆଲୋଚନା କରିପାରନ୍ତି ବୋଲି ଆଲୋଚନା ହେଉଛି । ଶଶିଭୂଷଣଙ୍କ ପରିବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିବା ବୋହୂ ରୋନାଲି ଅଭିଯୋଗ କରିଥିଲେ। ଏହା ସହ ସ୍ୱାମୀ ସତ୍ୟପ୍ରକାଶ ବେହେରା  ଜଣେ ବିବାହିତ ମହିଳାଙ୍କ ସହିତ ଅନୈତିକ ସଂପର୍କ ରଖି ଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି। ବୋହୁଙ୍କ ନିର୍ଯାତନା ଅଭିଯୋଗ ପରେ ଏନେଇ ମାମଲା ରୁଜୁ ମଧ୍ୟ ହୋଇଛି ।