ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚାପ୍ଟରର କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମି ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଏଥର ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ଦଳକୁ ଅନୁରୋଧ କରିଛନ୍ତି ।
ତେବେ ବିଧାନସଭା କି ଲୋକସଭା ପାଇଁ ଲଢ଼ିବେ ସେ ନେଇ ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ଅର୍ଥାତ ବିଧାନସଭାରୁ କି ଲୋକସଭା ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରି ନାହାଁନ୍ତି । ଏଥିସହ ଆଗାମୀ ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି ।