ଆଜି ଲଗାତାର ପ୍ରଚାର କ୍ରମରେ ଯାଜପୁର ବିଞ୍ଝାରପୁରର ବିଞ୍ଝାରପୁରରେ ଗର୍ଜିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ଏମପି ପ୍ରାର୍ଥୀ ରବିନ୍ଦ୍ରନାଥ ବେହେରା, ଓ ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକଙ୍କ ପାଇଁ ଭୋଟ ଅପିଲ କରିଛନ୍ତି । ଏହା ସହ କହିଛନ୍ତି, ‘ଗରୀବ ଲୋକଙ୍କ ଘର ପାଇଁ ମୋଦୀ ପଠାଇଥିବା ଘର ଏଯାଏଁ ହଜାର ହଜାର ବିଞ୍ଝାରପୁରବାସୀଙ୍କୁ ମିଳିନି । ଜୁନ୍ ୧୦ରେ ବିଜେପି ସରକାର ହେବ । ଏହାପରେ ଇନକ୍ୱାରୀ କରାଯାଇ ଏ ଅର୍ଥକୁ ଚୋରି କରିଥିବା ଲୋକଙ୍କୁ ଜେଲ ପଠାଯିବ’ ।୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି । ଗୁମାସ୍ତାଙ୍କର ସରକାର ପାଲଟିଛି , କ୍ରିିତଦାସଙ୍କ ସରକାର ହୋଇଛି । ନବୀନ ପଟନାୟକଙ୍କୁ ସାଢେ ୪ କୋଟି ଓଡିଆଙ୍କ ଭିତରୁ କେହି ମିଳିଲେନି ଯେ, ଭଡାରେ ତାମିଲନାଡୁରୁ ନେତା ଆଣି ସରକାର ଚଳାଉଛନ୍ତି । ଏହାକୁ ବିଞ୍ଝାରପୁର ସହ୍ୟ କରିବ ନାହିଁ । ଓଡିଶାର ନେତା ଓଡିଶାର ହେବ । ଓଡିଶାରେ ବିଜେପି ସରକାର ହେବ, ଦେଶରେ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ