ନିଜେ ପଢିଥିବା ସ୍କୁଲରେ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଦିନେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ, ଆଜି ସେହି ବିଦ୍ୟାଳୟରେ ପାଦ ପକାଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଁ ସେ ଆଜି ସକାଳେ ଅନୁଗୁଳ ଜିଲ୍ଲା ତାଳଚେରର ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ସେ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ସହ ବି କିଛି ସମୟ ଧରି ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସେ ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟରେ ୧୯୭୫, ୧୯୭୬ ଓ ୧୯୭୭ ମସିହାରେ ପାଠ ପଢ଼ୁଥିଲେ।ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଘରେ ପହଞ୍ଚିଥିଲେ।