ମାଗଣା ମହାପ୍ରସାଦ ମିଳିବ
ପୁରୀରେ ମହାପ୍ରଭୁଙ୍କୁ ମନ୍ଦିର ଭିତରେ ଦର୍ଶନ କରିବା ପରେ ଏଥର ଭକ୍ତମାନେ ମାଗଣା ମହାପ୍ରସାଦ ପାଇବେ । ଏବେ ରାଜ୍ୟ ସରକାର ଏନେଇ ଯୋଜନା କରି ଭକ୍ତଙ୍କୁ କିପରି ମହାପ୍ରସାଦ ମିଳିବ ସେ ନେଇ ସ୍ଥିର କରିଛନ୍ତି । ଏହା ସହ ଭିଡ ଦର୍ଶନକୁ ମଧ୍ୟ ଶୃଙ୍ଖଳିତ କରାଯିବ । ସୃଙ୍ଖଳିତ ଦର୍ଶନ କରିବାକୁ ବ୍ୟବସ୍ଥା କରିବେ ଆଇନ ମନ୍ତ୍ରୀ କହିଛନ୍ତି । ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ଦାନ ଅର୍ଥରେ ଟଙ୍କା ଅଣାଯାଇ ଭକ୍ତମାନଙ୍କୁ ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଏଣିକି ଭକ୍ତମାନେ ସୃଙ୍ଖଳିତ ଦର୍ଶନ କରିପାରିବେ । ଅଭଡ଼ା ପାଇଁ ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି। ସରକାରଙ୍କ ଉପରେ ଚାପ ନ ପକାଇ ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ଅଭଡ଼ା ବଣ୍ଟା ଯିବ । ତେଣୁ ଆଗାମୀ ଦିନରେ ଏ ସବୁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି ।