ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା
ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ସାରା ଦେଶରେ ପାଳନ କରାଯାଉଛି ଗୁରୁ ପୂର୍ଣ୍ଣିମା । ଗୁରୁ ଶବ୍ଦର ଅର୍ଥ ଶିକ୍ଷକ କିମ୍ବା ଆଧ୍ୟାତ୍ମିକ ମାର୍ଗଦର୍ଶକ ଏବଂ ପୂର୍ଣ୍ଣିମା ଅର୍ଥ ପୂର୍ଣ୍ଣଚନ୍ଦ୍ର । ଆଜି ଏହି ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ମହର୍ଷି ବେଦବ୍ୟାସ ଚାରି ବେଦ ଶିକ୍ଷା ପ୍ରଦାନ କରିଥିଲେ। ତେଣୁ ସନାତନ ଧର୍ମରେ ବ୍ୟାସଦେବଙ୍କୁ ପ୍ରଥମ ଗୁରୁଙ୍କ ମାନ୍ୟତା ଦିଆଯାଇଛି। ଗୁରୁ ପୂର୍ଣ୍ଣିମାଙ୍କୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କେବଳ ବେଦ ନୁହେଁ ସେ ବ୍ରହ୍ମସୂତ୍ର, ମହାଭାରତ, ଶ୍ରୀମଦ୍ ଭାଗବତ ଏବଂ ଅଷ୍ଟପୁରାଣ ପରି ଅନେକ ପୁରାଣ ରଚନା କରିଛନ୍ତି । ସନାତନ ଧର୍ମର ପବିତ୍ର ଗ୍ରନ୍ଥ ଭାବେ ପୂଜା ପାଉଛି ମହର୍ଷି ବ୍ୟାସଦେବଙ୍କ ପୁରାଣ । ଆଷାଢ ପୂର୍ଣ୍ଣିମା ଅବସରରେ ଆଜି ଭାରତ ଏବଂ ଭାରତ ବାହାରେ ବ୍ୟାସଦେବଙ୍କୁ ପୂଜା କରିବା ସହ ଗୁରୁମାନଙ୍କୁ ପୂଜା କରାଯାଇଥାଏ । ଗୁରୁ ପୁର୍ଣ୍ଣିମା ସନାତନ ଧର୍ମରେ ବେଶ ମହତ୍ବ ରଖେ। ପୁରାଣ, ଶାସ୍ତ୍ର ଅନୁଯାୟୀ ମହର୍ଷି ବେଦବ୍ୟାସ ଆଜିର ଦିନରେ ଆଷାଢ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ। ଋଷି ପରାଶରଙ୍କ ଔରସରେ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ । ବ୍ୟାସଦେବଙ୍କୁ ନେଇ ପୁରାଣରେ ଅନେକ କଥା ରହିଛି ।