ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୨.୦ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ
କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ‘ସହଜ ଜୀବନଧାରଣ’କୁ ସୁନିଶ୍ଚିତ କରିବା ପାଇଁ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ଅର୍ଥାତ୍ ଜୀବନ ପ୍ରମାଣକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛି। ୨୦୧୪ ମସିହାରେ ବାୟୋମେଟ୍ରିକ୍ ଡିଭାଇସ୍ ବ୍ୟବହାର କରି ଡିଏଲସି ଦାଖଲ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଭାଗ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁଆଇଡିଏଆଇ ସହିତ ମିଶି ଆଧାର ଡାଟାବେସ୍ ଉପରେ ଆଧାରିତ ଏକ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ସିଷ୍ଟମ୍ ବା ମୁଖମଣ୍ଡଳ ପ୍ରମାଣିକରଣ ପ୍ରଯୁକ୍ତି ପ୍ରଣାଳୀ ବିକଶିତ କରିଥିଲା, ଯାହାଦ୍ୱାରା ଯେକୌଣସି ଆଣ୍ଡ୍ରଏଡ୍ ଆଧାରିତ ସ୍ମାର୍ଟ ଫୋନରୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ସମ୍ଭବ ହୋଇପାରିବ। ଏହି ସୁବିଧା ଅନୁଯାୟୀ, ଫେସ୍ ଅଥେଣ୍ଟିକେସନ୍ ଜ୍ଞାନକୌଶଳ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରମାଣିତ ହୁଏ ଏବଂ ଡିଏଲସି ସୃଷ୍ଟି ହୁଏ । ନଭେମ୍ବର ୨୦୨୧ରେ ଶୁଭାରମ୍ଭ କରାଯାଇଥିବା ଏହି ପରିବର୍ତ୍ତନକାରୀ ପ୍ରଯୁକ୍ତି ବାହ୍ୟ ବାୟୋମେଟ୍ରିକ ଡିଭାଇସ୍ ଉପରେ ପେନସନଭୋଗୀଙ୍କ ନିର୍ଭରଶୀଳତାକୁ ହ୍ରାସ କରିବା ସହ ସ୍ମାର୍ଟଫୋନ୍ ଆଧାରିତ ପ୍ରଯୁକ୍ତିର ଉପଯୋଗ କରି ଏହି ପ୍ରକ୍ରିୟାକୁ ଜନସାଧାରଣଙ୍କ ପାଇଁ ଅଧିକ ସହଜ ଓ ସୁଲଭ କରିଛି।