ସାଧାରଣ ନିର୍ବାଚନ ସମୟରେ ଘଟିଛି ହତ୍ୟାକାଣ୍ଡ । ବରଗଡ ନିକଟ ସଦର ଥାନା ଅନ୍ତର୍ଗତ ସରସରା ଗାଁ ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ଜଣେ ଅଟୋ ଡ୍ରାଇଭରକୁ ଏକ ଗୋଷ୍ଠୀ ଭୁଜାଲି ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ବିଶ୍ୱନାଥ ମେହେର ବୋଲି ଜଣାପଡିଛି । ଘଟଣା ପରେ ଗାଁକୁ ପହଞ୍ଚିଛନ୍ତି ଆଇଜି ହିମାଂଶୁ ଲାଲ ଓ ବରଗଡ ଏସପି ପ୍ରହଲ୍ଲାଦ ସାଇ ମିନା । ନିର୍ବାଚନ ସମୟରେ ଭୋଟରଙ୍କୁ ଅଟୋରେ ମତଦାନ କେନ୍ଦ୍ରକୁ ନେଉଥିବା ବେଳେ ଏକ ଗୋଷ୍ଠୀ ବିରୋଧ କରିବା ସହ ଆକ୍ରମଣ କରିଥିବା ପରିବାର ଲୋକେ । ତେବେ ନିର୍ବାଚନ ସମୟରେ ଏଭଳି ହିଂସାକାଣ୍ଡ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Trending
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ