ହିନ୍ଦି ଦମନର ପ୍ରିମିୟର ସୋ’ ମୁମ୍ବାଇରେ

ହିନ୍ଦୀରେ ଦମନ ସ୍କ୍ରିନକୁ ନେଇ ଓଡ଼ିଆ ଫିଲ୍ମ ଆଜି ଦେଶରେ ସିନେମା ହଲରେ  ଆସିବ  । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି ।  ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ ଦମନ ।ରାଜ୍ୟର ୪୩ଟି ହଲରେ ଫିଲ୍ମ ରିଲିଜ୍ ହୋଇଥିଲା । ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା । ଏଥି ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦି ଡବିଂ କରିଛନ୍ତି ।୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ‘ଦମନ’ ।