‘ଫାଇଲିନ୍‌କୁ ୧୦ ବର୍ଷ, ମନେପଡେ ସେଦିନର ବିଭତ୍ସ ଦୃଶ୍ୟ

ବ୍ରହ୍ମପୁର:  ଆଜିର ଦିନରେ ଫାଇଲିନ ଆଣିଥିଲା ବିପର୍ଯ୍ୟୟ । ୨୦୧୩ ଅକ୍ଟୋବର ୧୨ର ‘ଫାଇଲିନ୍‌ ରାଜ୍ୟର ଅନେକ ପରିବାରକୁ ଉଜାଡି ଦେଇଥିଲା । ସେଦିନର ପ୍ରାକୃତିକ ବିପର୍ଯ୍ୟୟକୁ ଅଙ୍ଗେ ନିଭାଇଥିବା ଗଞ୍ଜାମ, ଖୋର୍ଧା,ପୁରୀ ଜିଲ୍ଲାବାସୀଙ୍କ ପାଇଁ ଥିଲା କଷ୍ଟକର ଅନୁଭୂତି ।  ‘ଫାଇଲିନ୍‌ ମହାଷ୍ଟମୀର କାଳରାତ୍ରୀରେ ମହାତାଣ୍ତବ ରଚିଥିଲା। ସମଗ୍ର ଗଞ୍ଜାମ ଜିଲ୍ଲା ଛାର‌୍‌ଖାର ଓ ଧ୍ବ˚ସସ୍ତୂପ ପାଲଟିଯାଇଥିଲା ବେଳେ ପୁରୀ ଏବଂ ଖୋର୍ଧା ଜିଲ୍ଲାରେ ମଧ୍ୟ ଉପଦ୍ରବ କରିଥିଲା । ଉଜୁଡ଼ିଯାଇଥିଲା ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା। ଚାରିଆଡେ଼ ଯେମିତି ହାହାକାର ପଡ଼ିଥିଲା। ୬ ଘଣ୍ଟାର ତାଣ୍ତବଲୀଳାରେ ବଦଳିଯାଇଥିଲା ଗଞ୍ଜାମ ଜିଲ୍ଲାର ମାନଚିତ୍ର। ଅକ୍ଟୋବର ୧୩ ତାରିଖର ସୂର୍ଯ୍ୟୋଦୟ ଧ୍ବସ୍ତବିଧ୍ବସ୍ତର କରାଳ ରୂପକୁ ଦେଖିସାରିଥିଲା। ପ୍ରକୃତିର ତାଣ୍ତବ ଆଗରେ ଯେମିତି ନିଜକୁ ଆତ୍ମସମର୍ପଣ କରିସାରିଥିଲେ ସାଧାରଣ ଲୋକ ।