ବିବାହ କରିପାରିବେନି ବିଜୟ ଶଙ୍କର

ଭୁବନେଶ୍ବର:ବିବାହ କରିପାରିବେନି ବିଜୟ ଶଙ୍କର ।  ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା ଆହୁରି ଜଟିଳ ହୋଇପଡ଼ିଛି। ପ୍ରତ୍ୟୁଷାଙ୍କୁ ବିଜୟ ଶଙ୍କର ଏବେ ବିବାହ କରିପାରିବେ ନାହିଁ। ମଙ୍ଗଳବାର କଟକ ବିବାହ ପଞ୍ଜିକରଣ ଅଧିକାରୀ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ କରିଛନ୍ତି। ବିବାହ ପାଇଁ ଦାଖଲ ହୋଇଥିବା ଆବେଦନ ପତ୍ରରେ ତ୍ରୁଟି ଦର୍ଶାଇ ଏହାକୁ ଖାରଜ କରାଯାଇଛି। ମିଳିଥିବା ଖବର ମୁତାବକ, ଆବେଦନ ପତ୍ରରେ ପ୍ରତ୍ୟୁଷା ଅବିବାହିତ ଦର୍ଶାଯାଇଥିଲା। ମାତ୍ର ପ୍ରତ୍ୟୁଷା ବିବାହ କରି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି, ଯାହାକି ଆବେଦନ ପତ୍ରରେ ଦର୍ଶାଯାଇନଥିଲା।